Odisha Link
Bridging the Missing Links in Odisha

ଶରତ କରଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ। ଶରତ କର କୋଭିଡ୍‌ ଆକ୍ରାନ୍ତ ଥିଲେ। ଭୁବନେଶ୍ବରର କେଆର୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ଶରତ କରଙ୍କ ପରେଲୋକ ହୋଇଥିବା ନେଇ ତାଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି।

ଶରତ କର ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ। କଟକ ମହାଙ୍ଗାରୁ ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ସେ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡିଶା ବିଧାନସଭାର ସେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.