ଡିସେମ୍ବର ୧୫ରୁ ବନ୍ଦ ହୋଇଯିବ ୟାହୁ ଗ୍ରୁପସ୍

ନୂଆଦିଲ୍ଲୀ: ବିଶ୍ବର ସର୍ଚ୍ଚ ଇଞ୍ଜିନ୍ ମଧ୍ୟରେ ୟାହୁ ଅନ୍ୟତମ। ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ର ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ୟାହୁ ଳଗାତର କ୍ଷତି ସହୁଥିବା ଦେଖିବାକୁ ମିଳିଛି। ବାରମ୍ବାର କ୍ଷତି ସହିବା କାରଣରୁ ଡିସେମ୍ବର ୧୫ରେ ୟାହୁ ଏହାର ୟୁଜର୍ସଙ୍କୁ ଅଲବିଦା ଜଣାଇବ। ତେବେ ୟାହୁ ଗ୍ରୁପସ୍କୁ ବନ୍ଦ କରିବା ପାଇଁ ବେରିଜୋନ୍ ପକ୍ଷରୁ ମଙ୍ଗଳବାର ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।
ଏକ ସମୟରେ ୟାହୁ ଓ୍ବେବ୍ ଦୁନିଆର ସବୁଠୁ ବଡ଼ ମେସେଜ୍ ବୋର୍ଡ ସିଷ୍ଟମ ଥିଲା। ମାତ୍ର ଚଳିତ ବର୍ଷ ଶେଷ ବେଳକୁ ୟାହୁ ବିଦାୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ୟାହୁ ଲଗାତର କ୍ଷତିର ସାମ୍ନା କରୁଛି। ତେଣୁ ଦୀର୍ଘ ଯୋଜନା ପାଇଁ କିଛି ସେବାକୁ ବନ୍ଦ କରିବା ଆବଶ୍ୟକ ବୋଲି କମ୍ପାନୀର ଓ୍ବେବ୍ସାଇଟ୍ରେ ଉଲ୍ଲେଖ ରହିଛି।
ୟାହୁ ସେବା ୨୦୦୧ରେ ଆରମ୍ଭ କରିଥିଲା। ଗୁଗ୍ଲ ଓ ଫେସ୍ବୁକ୍ ବିପକ୍ଷରେ ଏହା ଅଗ୍ରଗତି କରିବାରେ ବିଫଳ ହୋଇଥିଲା। ନୂଆ ଗ୍ରୁପ୍ ତିଆରି କରିବା କଷ୍ଟକର। ୧୫ ଡିସେମ୍ବରରୁ ୟାହୁ ୟୁଜର୍ସ ନା ମେଲ୍ ପ୍ରାପ୍ତ କରିପାରିବେ। ଆମେରିକାର ଓ୍ବାୟରଲେସ୍ ସେବା ପ୍ରଦାନକାରୀ ସଂସ୍ଥା ବେରିଜୋନ୍ ୨୦୧୭ରେ ୟାହୁ କୁ ୪.୮ ଆରବ ଡଲାରରେ କିଣିଥିଲା। ତେବେ ୟାହୁ ବନ୍ଦ ହେବାକୁ ନେଇ ୟୁଜର୍ସଙ୍କ ଗହଣରେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
Comments are closed.