ବାୟୁସେନାର ୨ ବିମାନ ଦୁର୍ଘଟଣା, ୧୫ ମୃତ
କାବୁଲ: ବାୟୁସେନା ବିମାନ ଦୁର୍ଘଟଣା। ଗତକାଲି ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେଲିକପ୍ଟର ଯୋଗେ କମାଣ୍ଡୋମାନଙ୍କୁ ଗୋଟିଏ ସ୍ଥାନରେ ଛାଡି, ସେଠାରୁ କିଛି ଆହତ ସୈନଙ୍କୁ ନେଉଥିଲେ। ସୈନ୍ୟଙ୍କୁ ନେଇ ଯାଉଥିବା ବେଳେ ୨ଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା ଫଳରେ ଦୁର୍ଘଟଣା ଘଟିଛି।
At least 15 people were killed after two Afghan air force helicopters collided in Nawa district of southern Helmand on Tuesday night: TOLO News #Afghanistan
— ANI (@ANI) October 14, 2020
ଦୁର୍ଘଟଣାରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। କିଛି ସୈନିକ ଆହତ ହୋଇଥିବା ମଧ୍ୟ ଖବର ରହିଛି। କିନ୍ତୁ କେତେ ଜଣ ଆହତ ହୋଇଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ତରଫରୁ ଦୁର୍ଘଟଣା ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି।
Comments are closed.