ବଗଲା ଜମି ବିକ୍ରି ବିବାଦ: ବିଜେପିର ପଦଯାତ୍ରା ଆରମ୍ଭ

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ମାମଲା। ଜମି ବିକ୍ରିକୁ ବିରୋଧ କରି ପୁରୀ ସହର ବିଜେପି ପକ୍ଷରୁ ୨୭ ଦିନ ଧାରଣା ଦିଆଯାଇଥିଲା। ଧାରଣାରେ ବସିବା ପରେ ଆଜି ଏକ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି ପୁରୀ ଜିଲ୍ଲା ବିଜେପି। ଏନେଇ ସିଂହଦ୍ୱାରଠାରୁ ପଦଯାତ୍ରା ଆରମ୍ଭ କରି ନବୀନ ନିବାସ ଯାଏଁ ଯିବେ। ଏହି ଶୋଭାଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି। ଏହାସହ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପାଇଁ ପୁରୁଣା ଜେଲ୍ ଜମିକୁ ଡାକ୍ତରଖାନା ସହ ମିଶାଇବାକୁ ପାଇଁ ମଧ୍ୟ ଦାବିପତ୍ର ଦେବ ବିଜେପି।
Comments are closed.