୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ ଆଇଏଏସ୍ ଅଧିକାରୀ
ଗାଜିଆବାଦ: ୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ ଆଇଏଏସ୍ ଅଧିକାରୀ। ମ୍ୟାଟରନିଟି ଲିଭ୍ ସତ୍ତ୍ୱେ କାମରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ। ଆଇଏଏସ୍ ଅଫିସରଙ୍କ ଏଭଳି କର୍ତ୍ବ୍ୟପରାୟଣତାକୁ ଏକ ନୂଆ ଉଦାହରଣ ସୃଷ୍ଟି କରିଛି।
କୋଭିଡ-୧୯ର ସଙ୍କଟ ସମୟରେ ବହୁ ପୁଲିସ୍ ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଛୁଟି ନେଇଥିଲେ ଓ ଆଉ କିଛି ଇସ୍ତଫା ଦେଇଥିଲେ। ମାତ୍ର ଗାଜିଆବାଦର ଏସ୍ଡିଏମ୍ ସୌମ୍ୟା ପାଣ୍ଡେ ୧୪ ଦିନର ଛୁଆକୁ ଧରି ଅଫିସ୍ରେ ଯୋଗ ଦେଇଛନ୍ତି। ସୌମ୍ୟା ଏହି କରୋନା ସମୟରେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି। ଡେଲିଭରୀ ପରେ ତାଙ୍କର ମ୍ୟାଟରନିଟି ଲିଭ୍ ମିଳିଥିବା ସତ୍ତ୍ୱେ ସେ ଏକ ମାସର ମ୍ୟାଟରନିଟି ଲିଭ୍ ନେଇଥିଲେ। ଏହା ପରେ ସେ ତୁରନ୍ତ କାମରେ ଯୋଗ ଦେଇଛନ୍ତି। ଜଣେ ମାଆ ଓ ପ୍ରଶାସନିକ ଅଧିକାରୀର ଦାୟିତ୍ୱକୁ ଏପରି ସମତୁଲ ଭାବେ ତୁଲାଇବାକୁ ନେଇ ତାଙ୍କୁ ବହୁତ ପ୍ରଶଂସା ମିଳୁଛି।
Comments are closed.