ବସ୍କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା

ଭୁବନେଶ୍ବର: ଯାତ୍ରୀବାହୀ ବସ୍କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା। ବସ୍କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍ଟିଓ-୨। ବସ୍ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିଲା। ବସ୍ ନମ୍ବର – ଓଡି୧୦ଏଫ୍ ୦୪୦୯କୁ ଜରିମାନା କରିଛନ୍ତି ଭୁବନେଶ୍ବର ଆର୍ଟିଓ-୨।
ସୁଚନାମୁତାବକ, ବସ୍ଟି ୨୦୧୯ ମେ’ ରୁ ଏପର୍ଯ୍ୟନ୍ତ ଏମ୍ଭି ଟ୍ୟାକ୍ସ ଦେଇନଥିବାରୁ ଜରିମାନା କରାଯାଇଛି। ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍ଟିଓ-୨। ବସ୍ଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ମଧ୍ୟ ନଥିଲା।
Comments are closed.