Odisha Link
Bridging the Missing Links in Odisha

ଆଗାମୀ ୭ଦିନ ଯାଏଁ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର: ଅବପାତ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ରାରି ରହିଛି। ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ। ଏଥିସହ ଆଗାମୀ ୭ ଦିନ ଯାଏଁ ବଡ଼ ବର୍ଷାର ଏବଂ ବଡ ବନ୍ୟାର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଗଭୀର ଅବପାତ ଯୋଗୁଁ ଗଞ୍ଜାମ ଓ ଗଜପତିରେ ଦୁଇ ଦିନ ପ୍ରବଳ ବର୍ଷା ହୋଇଛି। ୩ଟି ବ୍ଲକରେ ୩ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟାରେ ସାମାନ୍ୟ ବନ୍ୟା ଆସିପାରେ। ପୁରୁଷୋତ୍ତମପୁର ପାଖରେ ଋଷିକୁଲ୍ୟା ବିପଦ ସଙ୍କେତ ଛୁଇଁବା ଆଶଙ୍କା ରହିଛି। ତେବେ ବଡ ବନ୍ୟାର ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Comments are closed.