ଆଜି ଘୋଷଣା ହେବ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ଦଣ୍ଡ ବିଧାନ। ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ଘୋଷଣା କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଦିଲ୍ଲୀପଙ୍କ ସମୟରେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ମଧ୍ୟ ଦଣ୍ଡ ଘୋଷଣା ହେବ। ଗତ ୬ ତାରିଖରେ ଦିଲ୍ଲୀପଙ୍କ ସମେତ ଦୁଇ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ।
୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହା କୋଇଲା ଖଣିକୁ ବେଆଇନ ଭାବେ ସିଟିଏଲ ବା କାଷ୍ଟ୍ରୋନ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଆବଣ୍ଟନ ବେଳେ ଅନେକ ଅନିୟମିତତା ହୋଇଥିଲା। ଏହି ବେଆଇନ ଖଣି ଆବଣ୍ଟନକୁ ନେଇ ଆଜି କୋର୍ଟ ଦଣ୍ଡ ଶୁଣାଣି କରିବେ।
Comments are closed.