ମୁହାଣ ଖୋଳିଲେ ଗାଁ ଲୋକ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ ମୁହାଣ ଖୋଲିଲେ ଗାଁ ଲୋକ । ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି।
ଏହାର ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା । ଯାହା ଫଳରେ ପ୍ରବଳ ବର୍ଷା ହେବା କାରଣରୁ ଗାଁରେ ନଦୀ ପାଣି ପସିବା ସହ ନାନା ସମସ୍ୟା ସୃଷ୍ଟି ହୁଏ।
ସେହିପରି ମତ୍ସଜୀବୀଙ୍କ ଡଙ୍ଗା ଏଥିରେ ଫସି ଯାଇଥାଏ। ବାରମ୍ବାର ଏନେଇ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ପରେ ବି କୌଣସି ଫଳ ମିଳିନଥିବା ଅଭିଯୋଗ ହୋଇଛି ।
ବର୍ତ୍ତମାନ ଗାଁ ଲୋକେ ଏକାଠି ହୋଇ ମୁହାଣ ଖୋଳିବା ଆରମ୍ଭ କରିଥିଲେ । ଜେସିବି ଲଗାଇ ବାଲି ମଧ୍ୟ ବାହାର କରିଛନ୍ତି।
Comments are closed.