ବର୍ଷା-ଅନୁଭବ ବିବାଦ, ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷାଙ୍କ ଟ୍ରାନ୍ସଫର ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି ହେବ।
ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରମିକୋର୍ଟରେ ଆବେଦନ କରିଥିଲେ। ଅକ୍ଟୋବର ୭ରେ ଦିଲ୍ଲୀରେ ପଟିଆଲା ହାଉସ୍ କୋର୍ଟ ବର୍ଷାଙ୍କୁ ସମନ ଜାରି କରିଥିବା ବେଳେ ଡିସେମ୍ବରରେ ହେବାକୁ ଥିବା ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ କୋର୍ଟ ଛାଡପତ୍ର ଶୁଣାଣିକୁ ସ୍ଥାନାନ୍ତର କରିବା ପାଇଁ କଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର।
Comments are closed.