ଗୁଲାମ ନବୀ ଆଜାଦଙ୍କୁ କରୋନା
ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ପଜିଟିଭ ହୋଇଛନ୍ତି। ଆଜି ଆଜାଦଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବିଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ପରୀକ୍ଷଣ କରେଇ ନେବା ପାଇଁ ନିବେଦନ କରିଛନ୍ତି। ପୂର୍ବରୁ ରାଜ୍ୟସଭା ଚେୟାରମ୍ୟାନ ତଥା ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।
Comments are closed.