ନବୀନଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର: ଆଜି ୭୫ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜନ୍ମଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି।ଏଥିସହ ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା।
Birthday greetings to Odisha CM Shri Naveen Patnaik Ji. Praying for his long and healthy life. @Naveen_Odisha
— Narendra Modi (@narendramodi) October 16, 2020
ମାତ୍ର ଚଳିତ ବର୍ଷ ନବୀନ ନିଜ ଜନ୍ମଦିନ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି। ଗତ ୮ ମାସ ହେଲା କରୋନା ପାଇଁ ସମେସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି। ତେଣୁ ତାଙ୍କ ଜନ୍ମଦିନରେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଓ ପ୍ଲାଜ୍ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ୍ତ୍ରୀ, ବିଧାୟକ, ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ନ ଆସିବାକୁ ଏବଂ କୌଣସି ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।
ଜନ୍ମଦିନ ପାଳିବେ ନାହିଁ ବୋଲି ନବୀନ ଘୋଷଣା କରିଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ଭିତରର ତଥା ବାହାରର ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।
Comments are closed.