ନିଖୋଜ ୨ ଭଉଣୀ ମଧ୍ୟରୁ ସାନ ଭଉଣୀର ମୃତ ଦେହ ଠାବ

ବଲାଙ୍ଗିର: ତୁଷାର ତେଲ ନଦୀରୁ ନିଖୋଜ ୨ ଭଉଣୀ ମଧ୍ୟରୁ ସାନ ଭଉଣୀର ମୃତ ଦେହ ଠାବ କରାଯାଇଛି । ସୋନପୁର ବଡ଼ତେଣ୍ଡା ଗାଁ ନିକଟ ନଦୀ କୂଳରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ସାନଭଉଣୀର ନାଁ ଆଞ୍ଚଲ ଅଗ୍ରୱାଲ ବୋଲି ପୁଲିସ ସୂଚନା ଦେଇଛନ୍ତି। ତିନି ଦିନ ହୋଇଗଲେ ମଧ୍ୟ ବଡ଼ ଭଉଣୀର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।
ଦୁଇ ଭଉଣୀ ଗତ ୧୫ ତାରିଖରୁ ନିଖୋଜ ଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି କରି ଦୁଇ ଭଉଣୀ ପାଇ ନଥିଲେ ।
Comments are closed.