Odisha Link
Bridging the Missing Links in Odisha

କରୋନା: ୫୦% ଲୋକଙ୍କର ବଢ଼ିଛି ଆଣ୍ଟିବଡି

ମାଲକାନଗିରି: ମାଲକାନଗିରିରେ ୫୦% ଲୋକଙ୍କର ବଢ଼ିଛି ଆଣ୍ଟିବଡି। ଆଣ୍ଟିବଡି ବଢ଼ିଥିବା ନେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗତ ୬, ୭ ଓ ୮ ତାରିଖରେ ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ ହୋଇଥିଲା। ୧୬୧୩ ଲୋକଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮ ରାଣ୍ଡମ ବେସିସ ଓ ୫୯୫ ହାଇରେସିଓ ସାମ୍ପଲ ସଂଗ୍ରହ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ଆରଏମ୍‌ଆରସି ସହଯୋଗରେ ଟେଷ୍ଟ କରାଯାଇଥିଲା।

ଏପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୪୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୦୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Comments are closed.