ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୬୧୦ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୦ କରୋନା ଆକ୍ରାନ୍ତ। ଏଥିସହ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୪୬୮୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ କଟକ ଜିଲ୍ଲାରୁ ୨୦୪, ସୁନ୍ଦରଗଡରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ଵରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗିରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡରୁ ୮୩, ଜଗତସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡାରୁ ୬୮, କେନ୍ଦୁଝରରୁ ୬୧, ନୂଆପଡାରୁ ୬୧ ଆଦି ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି।
ସେହି ପରି ପୁରୀ ଜିଲ୍ଲାରୁ ୫୪, ସୋନପୁରରୁ ୫୩, କଳାହାଣ୍ଡିରୁ ୫୨, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡରୁ ୪୧, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେବଗଡରୁ ୧୩, ଗଜପତିରୁ ୧୨ ଓ ରାୟଗଡାରୁ ୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୪ ଘଣ୍ଟାରେ ଓଡିଶାରୁ ୨୦୧୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଞ୍ଚିଛି। ୨ ଲକ୍ଷ ୪୬ ହଜାର ୮୩୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆଉ ୧୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୩୫କୁ ବୃଦ୍ଧି ଘଟିଛି।
Comments are closed.