ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସାମରିକ ବିଭାଗକୁ ଏକ ବଡ଼ ସଫଳତା। ଆଜି ଭାରତୀୟ ନୌସେନା ଆରବ ସାଗରରେ ଥିବା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳତା ସହ ପରୀକ୍ଷଣ କରିଛି। ବ୍ରହ୍ମୋସ୍ ସମ୍ପୂର୍ଣ୍ଣ ସଠିକ ଭାବରେ ତାଙ୍କ ଟାର୍ଗେଟକୁ ହିଟ୍ କରିଛି। ଏହା ନୌସେନାର ଶକ୍ତି ବହୁଗୁଣିତ କରିଛି। ସୁରକ୍ଷା ପାଇଁ ଏହାକୁ ଯୁଦ୍ଧ ଜାହାଜରେ ସ୍ଥାପନ କରାଯାଇ ପାରିବ। ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏକ ଦୂରଗାମୀ ମାରାତ୍ମକ କ୍ଷେପଣାସ୍ତ୍ର। ଯାହା ଭାରତୀୟ ସାମରିକ ଶକ୍ତିକୁ ଅଦ୍ଭୁତ ଶକ୍ତି ପ୍ରଦାନ କରିବ।
ଇତି ମଧ୍ୟରେ ଭାରତ ଅନେକ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି। ଭାରତ ଗତ ଶୁକ୍ରବାର ଦିନ ଓଡିଶାର ଏକ ପରୀକ୍ଷା କେନ୍ଦ୍ରରୁ ସ୍ୱଦେଶୀ ବିକଶିତ ‘ପୃଥିଭୀ-୨’ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଏହା ସହିତ ଆଣ୍ଟି-ରେଡିଏସନ୍ ମିସାଇଲ୍ ରୁଦ୍ରମ୍ -୧ ସହିତ ଅନେକ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରାଯାଇଛି। ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଆଣବିକ କ୍ଷମତା ହାଇପରସୋନିକ୍ କ୍ଷେପଣାସ୍ତ୍ର ‘ଶୌର୍ଯ୍ୟ’ ମଧ୍ୟ ସଫଳତାର ସହ ପରୀକ୍ଷଣ କରାଯାଇଛି। ରୁଦ୍ରାମ -୧ ଭାରତ ଦ୍ୱାରା ବିକଶିତ ହୋଇଥିବା ପ୍ରଥମ ଆଣ୍ଟି-ରେଡିଏସନ୍ ଅସ୍ତ୍ର ଅଟେ।
Comments are closed.