Odisha Link
Bridging the Missing Links in Odisha

ଗହଣା ବ୍ୟବସାୟୀଙ୍କଠୁ ୫ ଲକ୍ଷ ଲୁଟିନେଲେ ଡ଼କାୟତ

ବାଲେଶ୍ବର: ଗହଣା ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଲୁଟନେଲେ ଡ଼କାୟତ। ଏମିତି ଏକ ଘଟଣଶ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ରୁଷୋ ଗାଁରେ। ଗହଣା ବ୍ୟବସାୟୀ ସୁଦର୍ଶନ ରଣା ଅଳଙ୍କାର ନେଇ ଯାଉଥିବା ସମୟରେ ବାଘଆମ୍ପୁଡା ଯୋଗିନୀ ଛକରେ ୬ ଜଣ ଡକାୟତ ଦୁଇଟି ବାଇକରେ ଆସି ସୁଦର୍ଶନଙ୍କ ଗାଡିକୁ ଧକ୍କା ଦେଇଥିଲେ।

ସୁଦର୍ଶନ ତଳେ ପଡିଯିବା ପରେ ତାଙ୍କୁ ଭୁଜାଲି ଦେଖାଇ ତାଙ୍କଠାରୁ ୮୦ ଗ୍ରାମ ସୁନା ଅଳଙ୍କାର, ୪ କେଜି ରୂପା ଅଳଙ୍କାର, ୧୩ ହଜାର ଟଙ୍କା, ଦୁଇଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ସୁଦର୍ଶନ ସୋର ଥାନାରେ ଅଭିଯୋଗ କରିଵା ପରେ ସୋର ପୋଲିସ ଛାନଭିନ ଆରମ୍ଭ କରିଛି।

Comments are closed.