ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ କଲା ପୁଲିସ
ପାରଳାଖେମୁଣ୍ଡି: ଜଙ୍ଗଲ ବିଭାଗ ଓ ପୁଲିସର ମିଳିତ ଚଢାଉ ପରେ ଜବତ ହୋଇଛି ୬ କୁଇଣ୍ଟାଲ ୬୦ କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବାବେଳେ ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଏ ସବୁ କାଠ ଜବତ ହୋଇଛି ।
ସୂଚନା ଅନୁସାରେ, ଏକ ମାସ ପୂର୍ବେ ଏହି ଚୋରା କାରବାର ନେଇ ଖବର ପାଇଥିଲା ଜଙ୍ଗଲ ବିଭାଗ। ଅତର୍କିତ ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ତଥାପି ଚୋରା ଚାଲାଣକାରୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଖବର ନେବାରେ ଜଣାପଡିଛି ଆନ୍ତଃରାଜ୍ୟ ମାଫିଆଙ୍କ ସହ ସମ୍ପୃକ୍ତ ଏ ଅଞ୍ଚଳର ରାକେଟ ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି।
ଅନେକ ସମୟରେ ଓଡ଼ିଶାରୁ ଖସି ଆନ୍ଧ୍ର ପ୍ରଦେଶର ସୀମାରେ ମାଫିଆ ଧରା ପଡୁଥିଲେ । ଯାହା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ଘେରକୁ ଆଣୁଥିଲା। ତେବେ ଦୀର୍ଘ ବର୍ଷ ବ୍ୟବଧାନ ପରେ ଚଢ଼ାଉ ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଜବତ ହୋଇଥିବା ୧୮ଖଣ୍ଡ ରକ୍ତ ଚନ୍ଦନ କାଠର ବିଦେଶରେ ଚାହିଦା ଅଧିକ ରହିଛି। ଏହାର ଅନୁମାନିକ ମୁଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବ ।
Comments are closed.