ମିଥୁନଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ
ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ପୁଅ ମହାଅକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ଅଭିନେତ୍ରୀଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ କରିବା ଓ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରାଇଥିବା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାରେ ମିଥୁନଙ୍କ ପତ୍ନୀ ଯୋଗିତା ବାଲିଙ୍କ ନାମ ମଧ୍ୟ ରହିଛି।
ଅଭିଯୋଗ ଅନୁଯାୟୀ, ମହାଅକ୍ଷୟ ୨୦୧୫ରେ ତାଙ୍କୁ ତାଙ୍କ ବାସଭବବନକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ନିଶା ମିଶ୍ରିତ ପାନୀୟ ଦେଇଥିଲେ। ଅଭିନେତ୍ରୀ ଜଣଙ୍କ ବେହୋସ ହୋଇଯିବା ପରେ ମହାଅକ୍ଷୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।ଏଥିସହ ମହାଅକ୍ଷୟ ତାଙ୍କୁ ବିବାହ କରିବା ବାହାନା ଦେଖାଇ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଯୌନ ନିର୍ଯାତନ ଦେଇଥିଲେ। ମୁମ୍ବାଇ ପୁଲିସ ମହାଅକ୍ଷୟ ଏବଂ ତାଙ୍କ ମା’ଙ୍କ ବିରୋଧରେ ମାମଲା ରୁଜୁ କରିବା କରିବା ସହ ଏନେଇ ତଦନ୍ତ ଆରମ୍ଭ କରିବା କରିଛନ୍ତି।
Comments are closed.