ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଗତକାଲିଠୁ ନିଖୋଜ ଥିବା ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ବୋଲଗଡ଼ ଥାନା ଖରଡ଼ପାଲି ଗାଁ ନିକଟ ଜଙ୍ଗଲରୁ ଯୁବକଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏନେଇ ବାଙ୍କୋଇ ଫାଣ୍ଡି ପୋଲିସ ତନାଘନା ଜାରି ରଖିଛି।
ପ୍ରକାଶ ଯେ, ମୃତ ଯୁବକ ଜଣକ ହେଉଛନ୍ତି ଖାରଡପଲ୍ଳୀ ଗ୍ରାମର ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦର ବେହେରା। ସତ୍ୟସୁନ୍ଦରଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ପୁଅ ସତ୍ୟ ଗତକାଲି ରାତିରୁ ଗ୍ରାମର ଦୁଇଜଣ ଯୁବକଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଆଜି ସକାଳୁ ସତ୍ୟଙ୍କ ମୃତଦେହ ଗ୍ରାମଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ କାଜୁ ଜଙ୍ଗଲ ପଡ଼ିଆରେ ପଡ଼ିଥିବାର ଲୋକେ ଦେଖିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.