Odisha Link
Bridging the Missing Links in Odisha

ଉଦ୍‌ଯାପିତ ହେଲା ବ୍ଲୁ ଫ୍ଲାଗ୍ ବିଚ୍ ଯୋଗ ଶିବିର

ପୁରୀ: ଆଜି ପୁରୀର ବ୍ଲୁ ଫ୍ଲାଗ ବିଚରେ ମୋ ବିଚ୍ ଯୋଗ ଶିବିର ଉଦଯାପିତ ହୋଇ ଯାଇଛି। ୨ଶହ କରୋନା ଯୋଦ୍ଧାଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୋଜିତ ହୋଇଥିବା ଏହି ଶିବିରରେ ୧୦ ଜଣ ଯୋଗ ଶିକ୍ଷକ ଯୋଗ ଯୋଗାଭ୍ୟାସ କରାଇଥିଲେ। ଯୋଗ ଦ୍ୱାରା କିଭଳି କରୋନାକୁ ପ୍ରତିହତ କରି ହେବ ସେ ନେଇ ବାର୍ତ୍ତା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିଠୁ ଚାଲିଥିବା ଏହି ଯୋଗ ଶିବିରର ବିଦ୍ଧିବଦ୍ଧ ଭାବେ ସମାପ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଆସିଥିବା ୨ଶହ ଜଣଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି |ଆୟୁଷ ମନ୍ତ୍ରାଳୟର ଗାଇଡଲାଇନକୁ ଅନୁପାଳନ କରି ପୁରୀର ବ୍ଲୁ ଫ୍ଲାଗ ବିଚ୍ ରେ ଏକ ମୋ ବିଚ୍ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସେବାୟତ ବର୍ଗ, ଗଣମାଧ୍ୟମ ବର୍ଗ, ପୋଲିସ ବର୍ଗ, ସରକାରୀ ବର୍ଗ ଓ ସାଧାରଣ ଲୋକ ଏହି ଶିବିରରେ ଯୋଗଦାନ କରିଥିଲେ।

Comments are closed.