Odisha Link
Bridging the Missing Links in Odisha

ଏଲଏସି ନିକଟରୁ ଗିରଫ ହେଲେ ଚୀନ ସୈନିକ

ନୂଆଦିଲ୍ଲୀ: ଭାତର-ଚିନ ଭିତରେ ଥିବା ଶତ୍ରୁତା ଦିନକୁଦିନ କମିବା ବଦଳରେ ବଢ଼ିବାରେ ଲାଗିଛି । ତେବେ ଉଭୟ ଦେଶର ସୀମା ବିବାଦ ପାଇଁ ନିଜ ନିଜର ସୈନିକ ଠୁଳ କରିଛନ୍ତି । ଆଜି ସୀମାରେଖା ନିକଟ ଚୁମାର ଡେମଚୋକ ଠାରେ ଜଣେ ଚିନୀ ସେନାକୁ ଗିରଫ୍ କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲାଦାଖର ଚୁମାର ଡେମଚୋକ ନିକଟରେ ଭାରତୀୟ ସେନା ଜଣେ ଚୀନ ସୈନ୍ୟକୁ ଧରିଛନ୍ତି ।

ସେନାର ସୂତ୍ର ମୁତାବକ ସୈନିକ ଜଣକ ଭୁଲରେ ସୀମାରେଖା ଏପାରିକୁ ଚାଲି ଆସିଥିଲେ । ସେନା ଅଧିନିୟମ ମୁତାବକ ତାଙ୍କୁ ଯାଂଚ କରାଯିବା ପରେ ପୁଣି ଚୀନ ସେନାକୁ ହସ୍ତାନ୍ତର କରାଯାଇ ପାରେ ।

ଧରା ଯାଇଥିବା ଏହି ଚୀନ ସୈନିକ ଜଣକ ଗୁପ୍ତ ସୂଚନା ନେବାକୁ ଆସିଥିଲା କି ଏମିତି ଭୁଲରେ ଚାଲିଆସିଥିଲା ସେ ନେଇ ପଚରା ଉଚରା ଜାରି ରହିଛି । ହେଲେ ତାଙ୍କ ଠାରୁ ନାଗରିକ ଓ ସାମରିକ ଦସ୍ତାବିଜ ଜବତ୍ କରାଯାଇଛି ।

Comments are closed.