ଆରମ୍ଭ ହେଲା ଓ୍ବାଟର ଟ୍ୟାକ୍ସି ସେବା, ଏକାଥରକେ ଯାଇପାରିବେ ୧୦ ଜଣ
ଥିରୁବନନ୍ତପୁରମ୍: ଦେଶରେ ଆରମ୍ଭ ହେଲା ଓ୍ବାଟର ଟ୍ୟାକ୍ସି ସେବା। ଏହି ସେବା ପ୍ରଥମେ କେରଳରୁ ଆରମ୍ଭ ହୋଇଛି। କେରଳର ଜଳ ପରିବହନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । କେରଳର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଲ୍ପାଝୁଆ ଅଞ୍ଚଳରେ ଏହି ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ଏହି ସେବାକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହେବା ପରେ ସର୍ବସାଧାରଣ ସେବା ପାଇଁ ୪ଟି ଓ୍ୱାଟର ଟାକ୍ସି ଚାଲିବାକୁ ଅନୁମତି ମିଳିଛି। ତେବେ ଏହାକୁ ଭାରତର ପ୍ରଥମ ଓ୍ୱାଟର ଟାକ୍ସି ବୋଟ୍ ସେବା ବୋଲି ମଧ୍ୟ କୁହାଯାଉଛି।
#WATCH Kerala: State's first water taxi service, launched in the backwaters of Alappuzha, ferries passengers.
Catamaran diesel-powered craft, with seating capacity for 10 passengers, is 1st in a series of 4 boats, that State Water Transport Department is planning to introduce. pic.twitter.com/twRqrK797P
— ANI (@ANI) October 18, 2020
ଏସଟିଡବ୍ଲୁଡି ନିର୍ଦେଶକ ଶାଜି ବି ନାୟର ଏହି ସେବା ଆରମ୍ଭକୁ ନେଇ କହିଛନ୍ତି, ଏହା ଡିଜେଲ ସଞ୍ଚାଳିତ ଗାଡ଼ି। ଏକାଥରକରେ ୧୦ ଜଣ ଯାତ୍ରୀ ଏଥିରେ ବସି ସୁବିଧା ଓ ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ। ତେବେ ଏ ନୌକାଟି ଡିଜେଲ ଚାଳିତ ଓ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ରହିଛି।
ଏଥିରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ୩୦ ମିନିଟ୍ ପାଇଁ ୭୫୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଓ୍ୱାଟର ଟାକ୍ସି ବୋଟ୍ ପାଇଁ ଏହି ଭଡ଼ା ନିଶ୍ଚିତ ହୋଇ ନାହିଁ, ଆଗକୁ ଆହୁରି ଭଡ଼ା ବୃଦ୍ଧି ପାଇପାରେ ବୋଲି ସୂଚନା ରହିଛି। ଓ୍ୱାଟର ଟାକ୍ସି ବୋଟ୍ କୋଚିସ୍ଥିତ ଏକ ଫାର୍ମ ନଭଗତି ଦ୍ୱାରା ନିର୍ମାଣ କରାଯାଇଛି।
Comments are closed.