ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
![](https://www.odishalink.com/wp-content/uploads/2019/11/Odisha-Highcourt-750x430.jpg)
ଭୁବନେଶ୍ୱର: ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୫ ଡିସେମ୍ବର ସୁଦ୍ଧା ଓକିଲ ସଂଘ ନିର୍ବାଚନ ଶେଷ କରିବା ସହ ଫଳାଫଳ ଘୋଷଣା କରିବାକୁ ହାଇକୋର୍ଟ କହିଛନ୍ତି।
ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ରାଜ୍ୟ ବାର୍ କାଉନସିଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ଦୁଇ ଥର ଘୋଷଣା ସତ୍ତ୍ୱେ କରୋନା ପାଇଁ ନିର୍ବାଚନ ବନ୍ଦ ରହିଥିଲା।
Comments are closed.