କରୋନା କଟକଣା ମଧ୍ୟରେ ଏହି ସବୁ ରାଜ୍ୟରେ ଖୋଲିଲା ସ୍କୁଲ୍
ନୂଆଦିଲ୍ଲୀ: ଆଜିଠାରୁ ଦେଶର ଅନେକ ସ୍ଥାନରେ ସ୍କୁଲ ଖୋଲିଛି। କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ ସହ ଆଜିଠୁ ସ୍କୁଲ ଖୋଲିଛି। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ଆଜିଠାରୁ ସ୍କୁଲ ଖୋଲିଛି। ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ କରୋନା ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି।
ଆଜିଠାରୁ ପଞ୍ଜାବର କଣ୍ଟେନମେଣ୍ଟ ଜୋନ୍କୁ ଛାଡି ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ପାଇଁ ସ୍କୁଲ ଖୋଲିଛି। ଉତ୍ତରପ୍ରଦେଶ, ସିକ୍କିମରେ ରେ ମଧ୍ୟ ସ୍କୁଲ ଖୋଲିଛି। କରୋନା ପାଇଁ ଦୀର୍ଘ ଦିନ ପରେ ୟୁପିରେ ନବମରୁ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ମାଆ ବାପାଙ୍କ ଅନୁମତି ନେଇ ପିଲାମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଘରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ନମିଳେ, ତାହେଲ ସେମାନଙ୍କୁ ସ୍କୁଲ ଆସିବାକୁ କେହି ବାଧ୍ୟ କରିପାରିବେ ନାହିଁ।
ପ୍ରତିଦିନ ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ଲାସରୁମ୍, ଷ୍ଟେସନାରୀ, ଲ୍ୟାବ ଏବଂ କ୍ୟାଣ୍ଟିନ ସମେତ ସମଗ୍ର ବିଦ୍ୟାଳୟ ପରିସରକୁ ପରିଷ୍କାର କରିବାକୁ ସ୍କୁଲ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ଶ୍ରେଣୀରେ ମାତ୍ର ୫୦ ପ୍ରତିଶତ ପିଲା ବସିବାକୁ ଅନୁମତି ଦିଆଯାଇଛି। ବାକି ପିଲାମାନଙ୍କୁ ଦ୍ୱିତୀୟ ଦିନରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରେଣୀରେ ଦୁଇ ଛାତ୍ରଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଛାତ୍ର ନିଜ ମାଆବାପାଙ୍କ ଲିଖିତ ଅନୁମତି ବିନା ସ୍କୁଲକୁ ଯାଇପାରିବେ ନାହିଁ। ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଫୁଲ ସ୍ଲିଭ୍ ସାର୍ଟ, ଫୁଲ୍ ପ୍ୟାଣ୍ଟ ଏବଂ ଜୋତା ଏବଂ ମୋଜା ପିନ୍ଧିବା ଆବଶ୍ୟକ। ପିଲାମାନେ ଶ୍ରେଣୀରେ ମାସ୍କ ଖୋଲିପାରିବେ ନାହିଁ। ବିଦ୍ୟାଳୟଗୁଡ଼ିକ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ମଧ୍ୟ ଜାରି କରିପାରିବେ।
Comments are closed.