ନିଟ୍ ପରୀକ୍ଷାରେ ବିଫଳ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା
![](https://www.odishalink.com/wp-content/uploads/2019/11/dead-body-1-1.jpg)
ଯାଜପୁର: ନିଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା। ମେଡିକାଲ ପ୍ରବେଶିକା ପରୀକ୍ଷାରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଯାଜପୁରରୋଡ (ଦଳା) ଅଞ୍ଚଳର ବୀରେନ ପଲେଇଙ୍କ ପୁଅ ଡି ସୌରଭ (୨୨)। ପରୀକ୍ଷାରେ ଫଳ ଖରାପ ହେବାରୁ ଘରୁ ଚାଲିଯାଇ ଥିବା ବେଳେ ବୈତରଣୀ ରୋଡ ରେଳଷ୍ଟେସନରୁ ଡି ସୌରଭଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରାଯାଇଛି।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୌରଭ ନିଟ ପରୀକ୍ଷା ଦେଇଥିଲେ। ମାତ୍ର ଏଥିରେ ଅକୃତକାର୍ଯ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ଶନିବାରଠାରୁ ସାଇକଲ ନେଇ ଘରୁ କେଉଁଆଡେ଼ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ପାଇ ନଥିଲେ। ବୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳଷ୍ଟେସନ ଦକ୍ଷିଣ କେବିନର ଦୁଇ ଶହ ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
Comments are closed.