Odisha Link
Bridging the Missing Links in Odisha

ନାଳରେ ଭାସି ଛାତ୍ର ନିଖୋଜ

ଧରାକୋଟ: ନାଳରେ ଭାସିଗଲେ ଛାତ୍ର। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନପୁର ଗ୍ରାମ ମଙ୍ଗଳପୁର ନାଳର ପ୍ରଖର ସ୍ରୋତରେ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସି ଯାଇ ନିଖୋଜ ଅଛନ୍ତି। ଛାତ୍ର ଜଣକ ହେଲେ ଡେରାସାହିର ପ୍ରଭାକର ମହାରଣାଙ୍କ ପୁଅ କାହ୍ନା (୧୫)। ଦମକଳ ବାହିନୀ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଛାତ୍ର ଜଣଙ୍କର ପତ୍ତା ମିଳି ପାରିନାହିଁ। ପାଣିର ପ୍ରଖର ସ୍ରୋତ ସାଙ୍ଗକୁ ଘଞ୍ଚ ବାଉଁଶ ଲଟି ଥିବାରୁ ଏଥିରେ ବାଧା ଉପୁଜିଥିଲା।

ସୂଚନା ମୁତାବକ, ସକାଳ ପ୍ରାୟ ୮ଟାରେ କାହ୍ନା ତାଙ୍କ ସାଙ୍ଗ ବଳରାମ ଡାକୁଆ ମିଶି ଗାଁ ପଛପଟେ ଥିବା ମଙ୍ଗଳପୁର ନାଳକୁ ଗାଧୋଇବା ଲାଗି ଯାଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ପାଣି ହୋଇଥିଲା। ଅସାବଧାନତା ବଶତଃ କାହ୍ନାଙ୍କ ଗୋଡ଼ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

Comments are closed.