ନଭେମ୍ବର ୫ରୁ ଯୁକ୍ତ୨ ଅପ୍ସନାଲ ପରୀକ୍ଷା

ଭୁବନେଶ୍ୱର : କରୋନା କଟଣାରେ ଅନେକ ପରୀକ୍ଷା ସରିଯାଇଛି । ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆୟୋଜିତ ହେବ । କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଯେଉଁ ବିଷୟଗୁଡ଼ିକର ପରୀକ୍ଷା ହୋଇନି ଓ ଗ୍ରେସ୍ ମାର୍କ ଦିଆ ଯାଇଥିଲା।
ବର୍ତ୍ତମାନ ସେ ସବୁ ବିଷୟରେ ପରୀକ୍ଷା ହେବ ବୋଲି ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। ଛାତ୍ରୀଛାତ୍ରମାନେ ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିସହ ଜିଲ୍ଲାର ନୋଡାଲ କଲେଜରେ ମଧ୍ୟ ପରୀକ୍ଷା ଦେଇପାରିବେ।
ଚଳିତବର୍ଷ ସାଢ଼େ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେଇଥିଲେ। ଗତ ମାର୍ଚ୍ଚ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲେ ମଧ୍ୟ କରୋନା ପାଇଁ ହୋଇପାରି ନ ଥିଲା। ଛାତ୍ରୀଛାତ୍ରଙ୍କୁ ଏସବୁ ବିଷୟରେ ଗ୍ରେସ୍ ମାର୍କ ଦିଆଯାଇଥିଲା।
ସ୍ଥିତି ସୁଧୁରିଲେ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ପରୀକ୍ଷା କରିବା ପାଇଁ ସିଏଚ୍ଏସ୍ଇ ନିଷ୍ପତ୍ତି ନେଇଛି। ପରୀକ୍ଷା ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି।
Comments are closed.