Odisha Link
Bridging the Missing Links in Odisha

କଟକ ସହରକୁ ସୁରକ୍ଷା ଦେବେ ୩୦ ପ୍ଲାଟୁନ ଫୋର୍ସ

କଟକ: ଆଗକୁ ଦଶହରା ପର୍ବ ଆସୁଥିବାରୁ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଟକ ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ସୁରକ୍ଷା ପାଇଁ ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୦୦ ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିବେ।

ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

Comments are closed.