କରୋନା ଟିକା ନେଇ ବିଲ୍ ଗେଟ୍ସଙ୍କ ବଡ଼ ଘୋଷଣା, ଭାରତକୁ ପ୍ରଶଂସା
![](https://www.odishalink.com/wp-content/uploads/2020/10/bill-gates.jpg)
ନୂଆଦିଲ୍ଲୀ: ମହାମାରୀ କରୋନାକୁ ପ୍ରତିହତ କରିବାକୁ ଟିକା ଦୌଡ଼ରେ ବିଶ୍ବର ଅନେକ ଦେଶ କାର୍ଯ୍ୟରତ। କରୋନା ଟିକା ନେଇ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ କହିଛନ୍ତି ଯେ, ୨୦୨୧ ଗ୍ରୀଷ୍ମ ସୁଦ୍ଧା କୋଭିଡ୍-୧୯ ଟିକା ଉପଲବ୍ଧ ହେବ ଏବଂ ଅନ୍ୟ ଟିକା ତୁଳନାରେ କୋଭିଡ୍-୧୯ ଟିକା ଏକ ଦ୍ରୁତତମ ଟିକା ହେବ।
କରୋନା ବିରୋଧୀ ଲଢ଼େଇରେ ଭାରତର ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗେଟ୍ସ ପୁନର୍ବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଥିବାରୁ ଏହା ଅତ୍ୟନ୍ତ ପ୍ରେରଣାଦାୟକ। ବର୍ତ୍ତମାନ ଭାରତର ଅନୁସନ୍ଧାନ ଏବଂ ଉତ୍ପାଦନ କରୋନା ମୁକାବିଲା ପାଇଁ ବେଶ୍ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ସମୁଦାୟ ୪୦.୩ ମିଲିୟନ୍ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ସେଥିମଧ୍ୟରୁ ୭.୬ ମିଲିୟନ୍ ଆକ୍ରାନ୍ତ ଭାରତର। ବିଶ୍ବରେ ଏବେ ସୁଦ୍ଧା ୧.୧୨ ମିଲିୟନ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଆମ ଦେଶ ଭାରତରେ ୧୧୫ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।
Comments are closed.