ପୁରୀ ଗୋଷାଣୀ ଦୁର୍ଗା ମୂର୍ତ୍ତିକୁ ଅନୁମତି

ପୁରୀ: ପୁରୀ ଗୋଷାଣୀ ଯାତ୍ରା ଦୁର୍ଗା ମୂର୍ତ୍ତିକୁ ଅନୁମତି। ଗତକାଲି କଟକର ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି ମିଳିଥିବା ବେଳେ ପୁରୀ ଗୋଷାଣୀ ମୂର୍ତ୍ତିକୁ ଅନୁମତି ମିଳିଛି। ପରମ୍ପରା ଅନୁସାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ପ୍ରସଙ୍ଗରେ ଗତ ଶୁକ୍ରବାର ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଥିଲେ। ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କରୋନା ସମୟରେ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା।
Comments are closed.