ବାପଙ୍କ ସ୍ବପ୍ନ ପୂରଣ କରିବ ପୁଅ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମର ଶଙ୍କର୍ଷଣ ସେଠୀଙ୍କ ପୁଅ ରମେଶ ସେଠୀ ନିଟ୍ ପରୀକ୍ଷାରେ ୫୫୬ ନମ୍ବର ରଖିଛନ୍ତି। ରମେଶଙ୍କ ବାପା ବାରମଜା ବିକ୍ରି କରନ୍ତି।
ତାଙ୍କ ପରିବାର ଗରିବ ଶ୍ରେଣୀର।ଶଙ୍କର୍ଷଣଙ୍କ ପୁଅର ଏହି ସଫଳତା ସ୍ଥାନୀୟ ଅଞ୍ଚଳରେ ଗୌରବ ଆଣିଥିବା ବେଳେ ଏଠାରେ ଖୁସିର ଲହରୀ ଖେଳି ଯାଇଛି।
ରମେଶ ଜଣେ ମେଧାବୀ ଛାତ୍ର। ସେ ନବୋଦୟ ପାଇବା ପରେ ସୋର ବାଗୁଡ଼ିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢୁଥିଲେ। ଏଥି ସହିତ ତାଙ୍କର ସଙ୍ଗୀତ ପ୍ରତି ରୁଚି ରହିଛି।
ରମେଶ କହିଛନ୍ତି, ପିଲାଦିନେ ମୁଁ ମଧ୍ୟ ବାପାଙ୍କ ସହ ଯାଇ ଗାଁ ଗାଁ ବୁଲି ବାରମଜା ବିକ୍ରି କରିଛି। ବାପା ମୋ ପାଠ ପଢାପାଇଁ ବେଶ୍ ପରିଶ୍ରମ କରିଛନ୍ତି। ବାପାଙ୍କର ମଧ୍ୟ ସ୍ୱପ୍ନ ଥିଲା ମୁଁ ଜଣେ ଡାକ୍ତର ହେବି।
ଅଭାବ ଅସୁବିଧା ଭିତରେ ଆଜି ମୁଁ ଯାହା ବି ହାସଲ୍ କରିଛି ସେଥିପାଇଁ ଖୁସି ଅଛି। ଆଗକୁ ମୁଁ ଜଣେ ଡାକ୍ତର ହୋଇ ବାପା ମାଆଙ୍କ ପାଇଁ ଆହୁରି ସମ୍ମାନ ଆଣିଦେବି।
Comments are closed.