ଉପନିର୍ବାଚନ: ସିଇଓଙ୍କ ଠାରେ ବିଜେପି ଫେରାଦ
ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ସିଇଓଙ୍କ ଠାରେ ବିଜେପି ଫେରାଦ ହୋଇଛି। ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭୋଟ ଦେଲେ ସବୁ ସୁବିଧା ମିଳିବ ବୋଲି କହୁଛନ୍ତି। ଖାଲି ସେତିକି ନୁହେଁ ରାସନ କାର୍ଡ ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ କହୁଥିବା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ୨ ମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା କଟକଣା ମଧ୍ୟରେ ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଇ ବିକାଶକୁ ମୁଦ୍ଦା କରିଛନ୍ତି। ଏଠାରେ ନଭେମ୍ବର ୩ ତାରିଖରେ ଭୋଟ ଓ ନଭେମ୍ବର ୧୦ ତାରିଖରେ ଭୋଟଗଣତି ହେବ। ବାଲେଶ୍ୱର ସଦର ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି। ବିଜେଡିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ବାଲେଶ୍ୱର ସଦରରୁ ଲଢୁଛନ୍ତି। ବିଜେପି ଅନୁକମ୍ପା ଭୋଟ ପାଇବ ବୋଲି ଆଶା ରଖିଛି। ତେବେ ଏହି ଆସନକୁ ବିଜେଡି ନିଜ ଅଧିକାରକୁ ନେବାକୁ ଚେଷ୍ଟା କରିବ।
ସେପଟେ ତିର୍ତ୍ତୋଲରେ ବି ପ୍ରଚାର ଚାଲିଛି। ଏଠାରେ ତିମୁଖୀ ଲଢେଇ ହେଉଛି। ବିଜେଡି କହୁଛି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ହେଉଛି। ଯାହା ବାକି ଅଛି ତାହା ପୂରଣ ହେବ। ବିଜେପି କେନ୍ଦ୍ରକୁ ଦୃଷ୍ଟିରେ ରଖି ରୋଲ ମଡେଲ ବନାଇବାକୁ ଚାହୁଁଛି। କଂଗ୍ରେସ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେଇଛି।
Comments are closed.