Odisha Link
Bridging the Missing Links in Odisha

କରୋନା କଟକଣା: ଶକ୍ତିପୀଠରେ ଚାଲିଛି ନବରାତ୍ରୀ ପୂଜା

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆଜି ପଞ୍ଚମ ଦିନରେ ରାଜ୍ୟର ସମସ୍ତ ଶକ୍ତି ପୀଠରେ ଚାଲିଛି ମାଙ୍କର ନବରାତ୍ରୀର ପଞ୍ଚମୀ ପୂଜା। ଗଞ୍ଜାମ ଜିଲ୍ଲାର ଏକମାତ୍ର ଦୁର୍ଗା ମନ୍ଦିର ମା ଦଶଭୂଜା ଦୁର୍ଗା ମନ୍ଦିରରେ ବି ନବରାତ୍ରୀ ପୂଜା ଚାଲିଛି। ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିନାହିଁ।

ଅନ୍ୟପଟେ କଟକରେ ପ୍ରସିଦ୍ଧ ଶକ୍ତିପୀଠ ନବରାତ୍ର ଅବସରରେ ଚଳଚଞ୍ଚଳ ହୋଇଛି। କରୋନା କଟକଣା ପାଳନ ସହିତ କଟକର ଦୁଇ ପ୍ରସିଦ୍ଧ ଶକ୍ତିପୀଠ କଟକ ଚଣ୍ଡୀ ଓ ଗଡ଼ଚଣ୍ଡିଙ୍କର ପୂଜା ନୀତି ଚାଲିଛି। ଆଜି ନବରାତ୍ରର ପଞ୍ଚମ ଦିନରେ କଟକ ଚଣ୍ଡିଙ୍କର ରାଜରାଜେଶ୍ୱରୀ ବେଶ ହୋଇଛି। ସେହିପରି ମାଆ ଗଡ଼ଚଣ୍ଡିଙ୍କର ଗାୟତ୍ରୀ ବେଶ ହୋଇଛି। କରୋନା କଟକଣା ହେତୁ ଚଳିତ ବର୍ଷ ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ନୀତି ଚାଲିଥିଲେ ମଧ୍ୟ ପ୍ରତିବର୍ଷ ପରି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ମନ୍ଦିରରେ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ସଂପନ୍ନ ହେଉଛି ପୂଜା ନୀତି।

Comments are closed.