କ୍ୟାନ୍ସର ମୁକ୍ତ ହେଲେ ସଞ୍ଜୟ ଦତ୍ତ
![](https://www.odishalink.com/wp-content/uploads/2020/10/Sanjay-Dutt-1.jpg)
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ କ୍ୟାନସରକୁ ହରାଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସଞ୍ଜୁ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଜି ସଞ୍ଜୁ ବାବା ଟ୍ୱିଟ କରି କ୍ୟାନ୍ସର ଉପରେ ବିଜୟ ହାସଲ କରିଥିବା ନେଇ ଘୋଷଣା କରିଛନ୍ତି। ନିଜର ଦୁଇ ସନ୍ତାନ ଶାହରାନ ଏବଂ ଇକରାଙ୍କ ଜନ୍ମଦିନ ଅବସରରେ ସଞ୍ଜୁ ବାବା ଏହି ଘୋଷଣା କରିଛନ୍ତି। ଏହା ସହିତ ତାଙ୍କ ଆରୋଗ୍ୟ କାମନା କରିଥିବା କୋଟି କୋଟି ପ୍ରଶଂସକଙ୍କୁ ସଞ୍ଜୟ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଠାରେ ଫୁସଫୁସ କ୍ୟାନ୍ସର ରହିଥିବା ନେଇ ଅଗଷ୍ଟ ମାସରେ ଜଣାପଡିଥିଲା। ଏହାପରେ ଚିକିତ୍ସା ପାଇଁ ଆମେରିକା ଯିବା ସହିତ କ୍ୟାନ୍ସରମୁକ୍ତ ହୋଇ ଆଜି ଫେରିଛନ୍ତି ସଞ୍ଜୟ ଦତ୍ତ। ଏହା ସହିତ କୋକିଳା ବେନ ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ନର୍ସକୁ ମଧ୍ୟ ସଞ୍ଜୁ ଧନ୍ୟବାଦ ଜଣାଇଛନ୍ତି।
Comments are closed.