Odisha Link
Bridging the Missing Links in Odisha

ଲଘୁଚାପ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନଶ୍ବର: ଓଡ଼ିଶାରେ ଆଜି ଅନେକ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡିଶା ଉପକୂଳରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ତେଣୁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର। ଏହା ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ସକାଳ ୮.୩୦ ଯାଏଁ  ରେଡ୍ ୱାର୍ଣ୍ଣିଂ ଜାରି ରହିଛି ଓ ୩୦-୪୦ କିଲୋମିଟର  ବେଗରେ ପବନ ବହିବାର ସମ୍ଭାବନା ରହିଛି ।  ତଳିଆ ଅଞ୍ଚଳରେ ଜମି ଓ କଚ୍ଚା ଘର ପ୍ରତି ବିପଦ ରହିବ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି ଯେ ଏହି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆହୁରି ଘନୀଭୂତ ହୋଇସାରିଛି ଓ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ରହିଛି । ଏହା ଆସନ୍ତା କାଲି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

Comments are closed.