ବିହାର ନିର୍ବାଚନ: ବିଜେପିର ନିର୍ବାଚନୀ ଇସ୍ତାହାର ଜାରି

ପାଟଣା: ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କୋରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କୋରୋନା ଟିକା। ଏନେଇ ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଇସ୍ତାହାରରେ ପ୍ରକାଶ ପାଇଛି ଯେ, ବିହାରରେ ଜିଡିପି ୨ ଗୁଣ, ୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦରଭଙ୍ଗାରେ ଏମ୍ମ୍ସ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଛି ବିଜେପି। ଏଥିସହ ୩୦ ଲକ୍ଷ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଦୁଗ୍ଧ ଉତ୍ପାଦନ ପାଇଁ ୧୫ ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି।
Comments are closed.