କଟକରେ କରେନା: ୬୭ ନୂଆ ପଜିଟିଭ, ୬୬ ସୁସ୍ଥ
କଟକ: ଆଜି କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୫୦ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳରୁ ୬୭ ଜଣ ଅଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୩୫୦କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଗତ ଦୁଇଦିନ ହେଲାଣି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ।ଚିହ୍ନଟ ୬୭ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୨୯ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।
କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୫ଜଣ ଓ ଗୃହ ସଂଗରୋଧରୁ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେବେ ଗତ ୨୪ ଘଣ୍ଟାରେ ସହରରେ ୬୬ଜଣ ସୁସ୍ଥ ହୋଇଥିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତ, ମୃତ ଓ ସୁସ୍ଥ ସଂଖ୍ୟାକୁ ମିଶାଇ କଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୪ ଓ ମୃତ୍ୟୁସଂଖ୍ୟା ୬୬ ରହିଛି। ସହରରେ ଏପର୍ଯ୍ୟନ୍ତ ପ୍ରାୟ ୧୩,୪୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।
Comments are closed.