ପ୍ରବଳ ବର୍ଷା: ଟ୍ବିନ୍ ସିଟିବାସୀଙ୍କୁ ସାଢ଼େ ୧୧ ଯାଏଁ ସତର୍କ ସୂଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଟ୍ବିନ୍ ସିଟିରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିର ରଖି କଟକ-ଭୁବନେଶ୍ବର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜାରି ସୂଚନା ମୁତାବକ, ଆଜି ଦିନ ୧୧.୩୦ ମଧ୍ୟରେ ଘଡ଼ଘଡ଼ି ସହପ୍ରବଳବର୍ଷା ସମ୍ଭାବନା ରହିଛି।
ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାଘାଟ ଭଲଭାବେ ନ ଦିଶିବା, ଟ୍ରାଫିକ୍ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଏଥସହ ରାସ୍ତାରେ ଚାଲିବା ବେଳେ ମ୍ୟାନ୍ ହୋଲ୍ ଉପରେ ନଜର ରଖିବାକୁ କୁହାଯାଇଛି। ପ୍ରବଳ ବର୍ଷା କାରଣରୁ ଯଥା ସମ୍ଭବ ଘରୁ ନ ବହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.