ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍’
ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ ।
ଜିଓପେଜେସ୍କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର ଅନୁଭୁତି ମିଳିଥାଏ । ଜିଓପେଜେସ୍କୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ ଓ ବିକଶିତ କରାଯାଇଛି ।
ଇଂରାଜୀ ବ୍ୟତୀତ ଜିଓପେଜେସ୍ରେ ବର୍ତ୍ତମାନ ଅନ୍ୟ ୮ଟି ଭାରତୀୟ ଭାଷାରେ କାର୍ଯ୍ୟ କରିବାର ସାମର୍ଥ୍ୟ ରହିଛି । ପୂର୍ଣ୍ଣ ସ୍ୱଦେଶୀ ଭାବରେ ବିକଶିତ ଜିଓପେଜେସ୍ ଇଂରାଜୀ ସହିତ ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟୀ, ତେଲଗୁ, ମାଲୟାଲମ, କନ୍ନଡ ଏବଂ ବେଙ୍ଗଲି ଆଦି ଭାରତୀୟ ଭାଷାରେ ବର୍ତ୍ତମାନ ପ୍ରଚଳିତ ହୋଇଛି ।
ଏଥିସହିତ ପର୍ସନାଲାଇଜଡ ହୋମ୍ସ୍କ୍ରିନ୍, ପର୍ସନାଲାଇଜଡ ଥିମ୍, ପର୍ସନାଲାଇଜଡ କଣ୍ଟେଣ୍ଟ୍, ଇନଫରମେଟିଭ କାର୍ଡସ, ଭାରତୀୟ ଭାଷାର କଣ୍ଟେଣ୍ଟ୍, ଆଡଭାନ୍ସ ଡାଉନଲୋଡ ମ୍ୟାନେଜର, ଇନ୍କଗ୍ନିଟୋ ମୋଡ୍ ଏବଂ ଆଡ୍ ବ୍ଲକର ଭଳି ସୁବିଧା ଜିଓପେଜେସ୍ ବ୍ରାଉଜରରେ ଗ୍ରାହକଙ୍କୁ ଉପଲବ୍ଧ ହେଉଛି । ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀ ଜିଓପେଜେସ୍ ୱେବ୍ ବ୍ରାଉଜର୍ ଗୁଗୁଲ୍ ପ୍ଲେ-ଷ୍ଟୋର୍ ରୁ ଡାଉନ୍ଲୋଡ୍ କରିପାରିବେ ।
Comments are closed.