ବନ୍ଧୁକ ଦେଖାଇ ଲୁଟି ନେଲେ ୬୦ ହଜାର ଟଙ୍କା
ଢ଼େଙ୍କାନାଳ: ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ମୋବାଇଲ ଫୋନ୍ ଲୁଟ ନେଇଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ପ୍ରକାଶ ଯେ, ଦୁଇଜଣ ଦୁର୍ବୃତ୍ତ ବାଇକରେ ଦିନ ଦିପହରେ ଲୁଟି ନେଇଛନ୍ତି। ଏ ନେଇ ଲୁଟ୍ର ଶିକାର ହୋଇଥିବା ରାଧାଦେଇପୁର ଗାଁର ଅକ୍ଷୟ ବେହେରା ଜୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଠାରୁ ୬୦ ହଜାର ଟଙ୍କା ,ବାଇକ ଓ ମୋବାଇଲ ଲୁଟି ନେଇଯାଇଛନ୍ତି। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ପରେ ଦୁର୍ବୃତ୍ତମାନେ ପୁରୁଣା ବାଇକ ଛାଡି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଛନ୍ତି।
Comments are closed.