Odisha Link
Bridging the Missing Links in Odisha
Daily Archives

October 22, 2020

ଲଘୁଚାପ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନଶ୍ବର: ଓଡ଼ିଶାରେ ଆଜି ଅନେକ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡିଶା ଉପକୂଳରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି…

ଉପନିର୍ବାଚନ: ବାଲେଶ୍ୱରରେ ଶଙ୍ଖ ଧରିଲେ…

ବାଲେଶ୍ୱର: ଉପନିର୍ବାଚନା ପୂର୍ବରୁ ବାଲେଶ୍ୱରରେ କଂଗ୍ରେସ ନେତା ମାଧବାନନ୍ଦ ମଇନି ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି।…

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍…

ଜୟପୁର: କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା। ଆଜି ଭାରତ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ସକାଳ ୬: ୪୫ ରେ ରାଜସ୍ଥାନର ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ନାଗ କ୍ଷେପଣାସ୍ତ୍ରକୁ…

ବିହାର ନିର୍ବାଚନ: ବିଜେପିର ନିର୍ବାଚନୀ…

ପାଟଣା: ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କୋରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କୋରୋନା ଟିକା। ଏନେଇ ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇସ୍ତାହାରରେ ପ୍ରକାଶ ପାଇଛି…

କାଲି ସ୍ଥଳଭାଗ ଛୁଇଁବ ଗଭୀର ଅବପାତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ରୂପ ନେବ। ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ଉତ୍ତର ପୂର୍ବରେ ଗତି କରିବ। ଆସନ୍ତାକାଲି ଅପରାହ୍ଣରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସାଗର ଦ୍ୱୀପପୁଞ୍ଜ…

ପ୍ଲାଜମା ଥେରାପି ଓ ରେମଡେସିିଭିର୍‌କୁ…

ଭୁବନେଶ୍ୱର: ପ୍ଲାଜମା ଥେରାପି ଓ ରେମଡେସିିଭିର୍‌କୁ ନେଇ ଦ୍ବନ୍ଦ। ପ୍ଲାଜମା ଥେରାପି ଓ ରେମଡେସିିଭିର୍‌ କାମ କରୁନଥିବା ପ୍ରସଙ୍ଗରେ ଆଜି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏନେଇ ଆଇସିଏମଆର ଆମକୁ ଲିଖିତ…

ଦଶହରାରେ ଖୋଲା ରହିବ ଆରଟିଓ ଅଫିସ

ଭୁବନେଶ୍ୱର: ଗାଡ଼ି ପଞ୍ଜିକରଣ ପାଇଁ ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ ଆରଟିଓ ଅଫିସ ଖୋଲା ରହିବ। ଉଭୟ ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ରହିବ। ଦଶହରାରେ ଆରଟିଓ ଅଫିସ ଖୋଲା ରହିବା ସମ୍ପର୍କରେ ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ପାଇଁ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାରିରେ…

ବିନା ଦର୍ଶକରେ ରାବଣ ପୋଡ଼ି, ସୋସିଆଲ୍‌…

କଟକ: ଚଳିତ ବର୍ଷ କରୋନା ପାଇଁ ଫିକା ପଡିଛି ଦଶହରା। ପରମ୍ପରା ରକ୍ଷା ପାଇଁ ବିନା ଜନସାଧାରଣରେ ପାଳନ ହେଉଛି ଦଶହରା। ଏଥସହ ରାବଣ ପୋଡ଼ି ଉତ୍ସବ ବି ଭିନ୍ନ ଢଙ୍ଗରେ ଆୟୋଜନ ହେବାକୁ ଯାଉଛି। କଟକ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯିବ। କିନ୍ତୁ ବିନା ଦର୍ଶକରେ ସମସ୍ତ…

ଅମିତ ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଅମିତ ଶାହା। ଅମିତ ଶାହା ୧୯୬୪ ଅକ୍ଟୋବର ୨୨ ତାରିଖରେ ମୁମ୍ବଇର ଏକ ଗୁଜୁରାଟି ପରିବାରରେ ଶାହା ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ…