ନିଆରା ଢ଼ଙ୍ଗରେ ଫଟୋଶୁଟ କଲେ ମହିଳା କ୍ରିକେଟର୍

ନୂଆଦିଲ୍ଲୀ: ନିଜ ବିବାହର ସ୍ମୃତିକୁ ଅନେକ ଲୋକ ସଜ୍ଜେଇ ରଖିବା ପାଇଁ ଚାହିଁଥାନ୍ତି। ତେଣୁ ସେମାନେ କୌଣସି ପାହାଡ଼ିଆ ସ୍ଥାନ, ବରଫ ଚାଦରରେ ଆଦୃତ ସ୍ଥାନ କିମ୍ବା ଅନ୍ୟ କୌଣସି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ବାଛନ୍ତି। ତେବେ ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ୍ ନିଆରା ଅନ୍ଦାଜରେ ନିଜର ବିବାହ ପୂର୍ବର ଫଟୋଶୁଟ୍ କରାଇଛନ୍ତି।
ସେ ଏକ ଷ୍ଟାଡିୟମକୁ ହିଁ ଷ୍ଟୁଡିଓ କରିଦେଇଛନ୍ତି। ବିବାହ ବେଶରେ ସଜ୍ଜିତ ହୋଇ ହାତରେ ବ୍ୟାଟ୍ ଧରି ପୋଜ୍ ଦେଇଛନ୍ତି ସଞ୍ଜିଦା। ସେ ଏହି ଖାସ୍ ଫଟୋଶୁଟର ଫଟୋ ଶେଆର୍ କରି ଲେଖିଛି, ‘ଡ୍ରେସ୍, ଜୁଏଲାରୀ, କ୍ରିକେଟ୍ ବ୍ୟାଟ୍। କ୍ରିକେଟରଙ୍କ ୱେଡିଂ ଫଟୋଶୁଟ୍ ଏଭଳି ହେବା ଦରକାର।
Dress ✅
Jewellery ✅
Cricket bat ✅Wedding photoshoots for cricketers be like … 👌
📸 🇧🇩 Sanjida Islam pic.twitter.com/57NSY6vRgU
— ICC (@ICC) October 21, 2020
‘ବାଂଲାଦେଶର ଏହି ମହିଳା କ୍ରିକେଟର୍ ସଞ୍ଜିଦା ଇସଲାମ୍ ଏହି ଫଟୋରେ ନାରଙ୍ଗୀ ରଙ୍ଗର ଶାଢ଼ୀ ବ୍ୟତୀତ ମଥାରେ ଟିକା, ହାତରେ ଚୁଡ଼ି ଓ ଫୁଲରେ ସଜ୍ଜିତ ଆଭୁଷଣ ପିନ୍ଧିଛନ୍ତି। ସଞ୍ଜିତା ନିକଟରେ ରଙ୍ଗପୁରର ଜଣେ ପ୍ରଥମଶ୍ରେଣୀ କ୍ରିକେଟର୍ ମିମ୍ ମୋସାଦେକଙ୍କ ସହ ବିବାହ କରିଛନ୍ତି।
ସୂଚନାଯୋଗ୍ୟ, ସଞ୍ଜିତା ଅଗଷ୍ଟ, ୨୦୧୨ରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ମୁକାବିଲା ଖେଳି ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ୨୦୧୮ରେ ମହିଳା ଏସିଆ କପ୍ ବିଜେତା ବାଂଲାଦେଶ ଦଳର ସଦସ୍ୟ ଥିଲେ। ସଞ୍ଜିତ ଇସଲାମ୍ ବାଂଲାଦେଶ ପକ୍ଷରୁ ୧୬ ଅନ୍ତର୍ଜାତୀୟ ଦିନିକିଆ ଓ ୫୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସଞ୍ଜିତା ବାଂଲାଦେଶ ମହିଳା କ୍ରିକେଟ୍ ଟିମର ଟପ୍ ଅର୍ଡର ବ୍ୟାଟ୍ସୱିମେନ୍।
Comments are closed.