Odisha Link
Bridging the Missing Links in Odisha

କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୂଜା ବୋନସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲ୍‌ବି) ପ୍ରଦାନକୁ ଅନୁମୋଦନ କରାଯାଇଛି। ୨୦୧୯-୨୦ର ବୋନସ୍ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ କରିଛି। ବୋନସ ବାବଦରେ ୩ ହଜାର ୭୩୭ କୋଟି ଟଙ୍କା ରିଲିଜ୍ କରାଯାଇଛି।

କ୍ୟାବିନେଟର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦିପାବଳୀ ବୋନସ୍ ଦେବା ପାଇଁ ଘୋଷଣା କରାଯାଇଛି। ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫ୍‌ଓ, ଇଏସ୍‌ଆଇସି ଆଦି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୬.୯୭ ଲକ୍ଷ ଅଣ ଗେଜେଟେଡ କର୍ମଚାରୀ ଏହା ଦ୍ୱାରା ଉପକୃତ ହେବେ। ବିଶେଷ କରି ନନ୍ ଗେଜେଟେଡ୍ କର୍ମଚାରୀମାନେ ଏଥିରେ ଲାଭବାନ ହେବେ। ଦଶହରା ପୂର୍ବରୁ ପ୍ରଥମ ଇଷ୍ଟଲମେଂଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଳବାଇ, ପୋଷ୍ଟ ଅଫିସ, ଇପିଏଫଓ ଭଳି ଉତ୍ପାଦନକାରୀ ସଂସ୍ଥାଗୁଡିକର ୧୭ ଲକ୍ଷ କର୍ମଚାରୀଙ୍କୁ ବୋନସ ବାବଦରେ ୨ ହଜାର ୭୯୧ କୋଟି ଟଙ୍କା ଦିଆଯିବ।ସେହିପରି ନନ୍-ପ୍ରଡକ୍ଟିଭ୍ ସଂସ୍ଥାର ୧୩ ଲକ୍ଷ କର୍ମଚାରୀଙ୍କୁ ୯ ଶହ ୪୬ କୋଟି ଟଙ୍କା ବୋନସ ଆକାରରେ ମିଳିବ।

Comments are closed.