ସୈଫ୍ ଙ୍କୁ ବିବାହ କରିବାକୁ ଚାହାଁନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ବଲିଉଡ଼ ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଜନ୍ମ ଦିନ। ସେ ୩୨ବର୍ଷ ବୟସରେ ପାଦ ଦେଇଛନ୍ତି । ପରିଣିତି ଚୋପ୍ରାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ୍ ରହିଥିବା ବେଳେ କିନ୍ତୁ ସେ ସୈଫ୍ ଅଲ୍ଲୀ ଖାନ୍ଙ୍କର ସବୁଠୁ ବଡ଼ ଫ୍ୟାନ୍ ଅଟନ୍ତିବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ସେ ସୈଫ୍ଙ୍କୁ ବହୁତ ପସନ୍ଦ କରନ୍ତି ଓ ତାଙ୍କ ସହିତ ବିବାହ କରିବାକୁ ମଧ୍ୟ ଚାହାନ୍ତି ବୋଲି , ସେ କହିଥିଲେ । ଏହି କଥା ସେ କରିନାଙ୍କୁ ମଧ୍ୟ ସେ ଜଣାଇଥିବାର ମଧ୍ୟ ସେ କହିଥିଲେ । କିନ୍ତୁ କରିନାଙ୍କର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ପରିଣିତିଙ୍କୁ କହିଥିଲେ ।
ପରିଣିତି ଚୋପ୍ରା ଗତ ବର୍ଷ ସିଦ୍ଧାର୍ଥ ମଲହୋତ୍ରାଙ୍କ ସାଙ୍ଗରେ ସିନେମା ‘ଜବରିୟା ଯୋଡ଼ି’ ର ପ୍ରମୋସନ୍ ପାଇଁ ଦ କପିଲ ଶର୍ମା ସୋକୁ ଆସିଥିଲେ । ଯଦି ରିୟଲ ଲାଇପ୍ରେ ସୁଯୋଗ ମିଳେ ତାବେ ତୁମେ କାହା ସହିତ ନିଜର ‘ଜବରିୟା ଯୋଡ଼ି’ ବନାଇବ ବୋଲି କପିଲ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପରିଣିତି କହିଥିଲେ ଯେ, ଯଦି ତାଙ୍କୁ ସୁଯୋଗ ମିଳେ ସେ ସତରେ ସୈଫ୍ ଅଲ୍ଲୀ ଖାନଙ୍କୁ ପ୍ରଥମେ ଚୋରିକରି ନେବାକୁ ଚାହିଁବେ।
Comments are closed.