ଦାଦାବଟି ମାଗି ଦୁଇ ଗିରଫ
କଟକ: କଟକ ବିଲ୍ଡରଙ୍କ ଠାରୁ ୨୦ ଲକ୍ଷ ଦାଦାଵଟି ମାଗିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୨ଟି ବନ୍ଧୁକ ୨ରାଉଣ୍ଡ ଗୁଳି ଜବତ। ମର୍କତ ନଗର ଥାନା ପୋଲିସ ଦ୍ଵାରା ଅଭିଯୁକ୍ତ ଦ୍ୱୟ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଲେ ଜିତେନ୍ଦ୍ର ପରିଡ଼ା ଗୋବିନ୍ଦ ସାହୁ ଗିରଫ। ଜିତେନ୍ଦ୍ର ଜଣେ ପେଶାଦାର ଅପରାଧୀ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଟ୍ୱିନ୍ ସିଟିରେ ଦାଦା ବଟିକୁ ରୋକିବା ଲାଗି ଏକ ଆଣ୍ଟି ଏକ୍ସକର୍ଷନ ଟାକ୍ସ ଫୋର୍ସ ଗଠନ ହୋଇଛି। ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି। ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି। କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି।
ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି। ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥିବା ସୂଚନା ରହିଛି। ତେବେ ଦାଦା ବଟି ସମ୍ୱନ୍ଧିତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି। କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍ ଦାଦାବଟିକୁ ନା ଅଧିନରେ ପୂର୍ବରୁ ରାଜଧାନୀର ପୁରୁଣା ଅପରାଧୀ ରାଜା ଆଚାର୍ଯ୍ୟକୁ ମଧ୍ୟ ଦାଦାବଟି ମାଗୁଥିବା ଅଭିଯୋଗରେ ଗିରଫ କରିଛିି।
Comments are closed.