Odisha Link
Bridging the Missing Links in Odisha

ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ଵର : ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍  ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଆଜି ଅନୁଗୋଳ ଓ ଗଜପତିରେ ସର୍ବାଧିକ ୩ ଜଣ ଲେଖାଏ, ଭୁବନେଶ୍ୱର,ଯାଯପୁର, ମୟୁରଭଞ୍ଜ ୨ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ,ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର,ପୁରୀ,ଡ଼େଙ୍କାନାଳ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

Comments are closed.