ରାଜଧାନୀରୁ ଆଉ ୧୮୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ଵର: ଭୁବନେଶ୍ଵରରେ କିଛି ଦିନ ହେବ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ହାର ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଅନ୍ୟପଟେ ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 23rd Oct 2020(till 9am). pic.twitter.com/KNv8GrmQ6F— BMC (@bmcbbsr) October 23, 2020
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୮,୨୯୯ରେ ପହଞ୍ଚିଥିବା ବେଳେ ଆରୋଗ୍ୟସଂଖ୍ୟା ୨୫,୬୧୯କୁ ବୃଦ୍ଧି ଘଟିଛି। ସେହି ପରି କରୋନାଜନିତ ମୃତ୍ୟୁସଂଖ୍ୟା ୧୪୮ରେ ପହଞ୍ଚିଛି। ବର୍ତ୍ତମାନ ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୫୧୧ ରହିଛି।
Comments are closed.