Odisha Link
Bridging the Missing Links in Odisha

ନୟାପଲ୍ଲୀରୁ ବିମାନ ବନ୍ଦର ଯାଏଁ ଗ୍ରୀନ କରିଡର

ଭୁବନେଶ୍ବର: ନୟାପଲ୍ଲୀରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି।

ଅସୁସ୍ଥ ରୋଗୀଙ୍କୁ ନୟାପଲ୍ଲୀ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦକୁ ଅଧିକ ଚିକିତ୍ସା ପାଇଁ ନିଆ ଯିବ। ରୋଗୀକୁ ରାସ୍ତାରେ ନେବା ସମୟରେ ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

୭ରୁ ୮ ମିନିଟ୍ ଭିତରେ ଗୁରୁତର ଅସୁସ୍ଥ ଥିବା ପୁରୀ ଜିଲ୍ଲାର ଅଭୟ ଜେନାଙ୍କୁ ନୟାପଲ୍ଲୀର ଘରୋଇ ହସ୍ପିଟାଲରୁ ଭୁବନେଶ୍ବରର ବିମାନବନ୍ଦରରେ ପହଞ୍ଚାଯିବ ବୋଲି ସୂଚନା ମିଳିଛି। ରୋଗୀଙ୍କର କୃତ୍ରିମ ଫୁସଫୁସ୍ ପ୍ରତିରୋପଣ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସା ହେବ ବୋଲି ଜଣାଯାଇଛି।

Comments are closed.