୬ ମିନିଟ୍ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ
![](https://www.odishalink.com/wp-content/uploads/2020/10/Green-corridor.jpg)
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡର୍ରେ ଗଲା ଆମ୍ବୁଲାନ୍ସ। ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ଭୁବନେଶ୍ୱରରେ ଏହି ଗ୍ରୀନ୍ କରିଡର୍ ହୋଇଥିଲା।
ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା। ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍କୁ ଅଟକା ଯାଇଥିଲା। ଦୁଇ ପାର୍ଶ୍ୱରୁ ଗାଡ଼ିକୁ ବନ୍ଦ କରି ଟ୍ରାଫିକ୍କୁ କ୍ଲିଅର୍ କରିଥିଲା ପୋଲିସ୍।
ଫଳରେ ମାତ୍ର ୬ ମିନିଟ୍ରେ ଆମ୍ବୁଲାନ୍ସ ନୟାପଲ୍ଲୀର ଏକ ହସ୍ପିଟାଲ୍ରୁ ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ହାଇଦ୍ରାବାଦ ବିମାନ ବନ୍ଦରକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଛି।
Comments are closed.